ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଧାମ ଅର୍ଥାତ୍ ପୁରୀ ଠାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ତତ୍କାଳୀନ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ବିଭୂଦେନ୍ଦ୍ର ମିଶ୍ରଙ୍କ କରକମଳରେ 19 ଡିସେମ୍ବର 1966 ରେ ଉଦ୍ଘାଟିତ ହୋଇଥିଲା ପ୍ରାରମ୍ଭିକ ଅବସ୍ଥାର ଏହି ଅନୁଷ୍ଠାନରେ ଏକଶହ ଶିକ୍ଷାର୍ଥୀ ଙ୍କୁ 5 ଟି ବୈଷୟିକ ବିଷୟରେ ତାଲିମ ପ୍ରଦାନ କରାଯାଉଥିଲା , ଯଥା :-
- Electrician,
- Fitter,
- Turner,
- Draughtsman Civil,
- Radio & Television
ପରବର୍ତୀ ସମୟରେ N.C.V.T ଦ୍ଵାରା ସ୍ବୀକୃତିପ୍ରାପ୍ତ ହୋଇ ଏହି ବିଷୟ ସଂଖ୍ୟା 9 କୁ ବୃଦ୍ଧି ପାଇଥିଲା , ଯଥା :-
- Fitter,
- Electrician,
- Electronics Mechanics,
- Turner,
- Machinist,
- Motor Mechanic Vehicle,
- Wireman,
- Welder
- Plastic Processing Operator ବର୍ତ୍ତମାନ ଅନୁଷ୍ଠାନରେ ସମୁଦାୟ 30 ଟିୟୁନିଟ୍ କାର୍ଯ୍ୟକ୍ଷମ ଅଛି |
ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପୁରୀ ପ୍ରାରମ୍ଭିକ ସମୟ ରୁ ଅର୍ଥାତ 1966 ମସିହାରୁ ରାଜ୍ୟର ଶ୍ରେଷ୍ଠ ୧୦ଗୋଟି ଅନସ୍ଥାନ ମଧ୍ୟରେ ସ୍ଥାନ ପାଇ ଆସୁଛି, ଯାହା ଆଧୁନିକ ଶିଳ୍ପ ଦୃଷ୍ଟିକୋଣ ଏବଂ ବିଶ୍ଵସ୍ତରୀୟ ମାନଦଣ୍ଡକୁ ଅନୁପାଳନ କରୁଥିବା ତାଲିମପ୍ରାପ୍ତ ଶିକ୍ଷାର୍ଥୀ ସୃଷ୍ଟି କରିବାରେ ସଫଳ ହୋଇଛି |