ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ବୈଷୟିକ ଶିକ୍ଷା ଓ ତାଲିମ ପ୍ରଦାନ ନିମନ୍ତେ , ଓଡିଶା ସରକାରଙ୍କ ଦ୍ଵାରା 1966 ମସିହାରେ ପୁରୀ ସହରରେ “ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ” ପ୍ରତିଷ୍ଠା କରଯାଇଥିଲା । ଏହି ଅନୁଷ୍ଠାନ ସ୍ଥାୟୀ ଏବଂ ବୃତ୍ତିଗତ ଓ ପଦ୍ଧତିଗତ ବୈଷୟିକ ଜ୍ଞାନ କୌଶଳ ଅଭ୍ୟାସଗୁଡ଼ିକୁ ଅପଣାଇ ଦକ୍ଷ ତଥା ଶିଳ୍ପ ତାଲିମପ୍ରାପ୍ତ ବୃତ୍ତିଗତ / କୁଶଳୀ କର୍ମଜୀବୀ ସୃଷ୍ଟିକରି ପାରିଛି | ଏହି ଅନୁଷ୍ଠାନ ବୈଷୟିକ ଶିକ୍ଷା ତାଲିମ ଓ ପ୍ରଶିକ୍ଷଣ କ୍ଷେତ୍ରରେ ବିଗତ 55 ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରିସାରିଲାଣି । I.T.I ପୁରୀ ଅବସ୍ତାପିତ ହେଉଥିବା ଦକ୍ଷ ଅଧକ୍ଷ ମାନଙ୍କ ମାର୍ଗଦର୍ଶନ ତଥା ମାଧ୍ୟମରେ ଶିଳ୍ପ-ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାରେ ଏକ ବିଶ୍ୱସ୍ତରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଗଣିତ ହେବାକୁ ଲକ୍ଷ୍ୟ ରଖିଛି |
ଅଧିକ ପଢନ୍ତୁ